Author: NAZMEEN PARWEEN

ଓଡ଼ିଶାରେ ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତିକ ଚର୍ଚ୍ଚା ଜୋରଦାର ହୋଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହତ୍ୟା, ମାଫିଆ ଆତଙ୍କ ଓ ଅପରାଧ ସମ୍ବନ୍ଧୀୟ ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ମୋହନ ମାଝୀ ସରକାରକୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ବାଲିଅନ୍ତା, ନୟାଗଡ଼, ଝାରସୁଗୁଡ଼ା ଓ ରାୟଗଡ଼ାର ଘଟଣାଗୁଡ଼ିକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ, ରାଜ୍ୟରେ ଅପରାଧୀମାନଙ୍କ ମନୋବଳ ବଢ଼ିଛି କି ନାହିଁ। ପରିବର୍ତ୍ତନର ଆଶା ଓ ବର୍ତ୍ତମାନର ପ୍ରଶ୍ନ ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ପ୍ରଥମଥର ପାଇଁ BJP ସରକାର ଗଠନ ହେବା ପରେ ଲୋକଙ୍କ ମଧ୍ୟରେ ବହୁତ ଆଶା ଥିଲା। ୨୪ ବର୍ଷର BJD ଶାସନ ପରେ ପରିବର୍ତ୍ତନ ଆସିଥିବାରୁ ଲୋକ ଭାବିଥିଲେ ଯେ, ପୋଲିସ ବ୍ୟବସ୍ଥା ଦୃଢ଼ ହେବ, ମାଫିଆ ରାଜ କମିବ ଓ ପ୍ରଶାସନରେ ଉତ୍ତରଦାୟିତ୍ୱ ବଢ଼ିବ।…

Read More