Author: NAZMEEN PARWEEN

ଓଡ଼ିଶାର ରାଜନୀତିରେ ବିଜୁ ଜନତା ଦଳ (BJD) ର ଭବିଷ୍ୟତକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ୨୪ ବର୍ଷର ଦୀର୍ଘ ଶାସନ ପରେ ୨୦୨୪ ନିର୍ବାଚନରେ ପରାଜୟ ହୋଇ ବିରୋଧୀ ଆସନକୁ ଯାଇଥିବା ବିଜେଡିକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି — ଦଳ କି ଧୀରେ ଧୀରେ ତାମିଲନାଡୁର AIADMK ଭଳି ନେତୃତ୍ୱ ସଙ୍କଟ ଦିଗକୁ ଯାଉଛି? ରାଜନୀତିକ ବିଶ୍ଳେଷକମାନେ କହୁଛନ୍ତି, ନବୀନ ପଟ୍ଟନାୟକଙ୍କ ଦୀର୍ଘ ନେତୃତ୍ୱ ପରେ ବିଜେଡି ଭିତରେ ଉତ୍ତରାଧିକାରୀ ପ୍ରଶ୍ନ ସ୍ପଷ୍ଟ ନ ହେବାରୁ ଦଳ ଭିତରେ ଅସ୍ପଷ୍ଟତା ଓ ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଛି। AIADMK ମଡେଲ୍‌ ସହ ତୁଳନା କାହିଁକି? ତାମିଲନାଡୁର AIADMK ଏକ ସମୟରେ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଥିଲା। ଏମ୍‌.ଜି.ଆର୍‌ଙ୍କ ପରେ ଜୟଲଳିତା ଦଳକୁ ସଂପୂର୍ଣ୍ଣ ଭାବେ ନିଜ ନେତୃତ୍ୱ ଆଧାରିତ ମଡେଲ୍‌ରେ ପରିଣତ କରିଥିଲେ। ଦଳର କର୍ମୀଙ୍କ ପାଇଁ ଜୟଲଳିତା କେବଳ ନେତା…

Read More