Author: NAZMEEN PARWEEN

ବିଶ୍ୱ ରାଜନୀତିର ପେଣ୍ଠଶାଳ କୁହାଯାଉଥିବା ପଶ୍ଚିମ ଏସିଆ ଆଜି ପୁଣିଥରେ ଏକ ବଡ଼ ଧରଣର ଯୁଦ୍ଧର ସମ୍ମୁଖୀନ। କିନ୍ତୁ ଏହି ସଂଘର୍ଷ କେବଳ ଆଜିର ପରମାଣୁ ବୋମା କିମ୍ବା ତେଲ ପାଇଁ ନୁହେଁ। ଏହା ହେଉଛି ଦୁଇଟି ଶକ୍ତିଶାଳୀ ଚିନ୍ତାଧାରା ଏବଂ ସଭ୍ୟତାର ଲଢ଼େଇ, ଯାହାର ମୂଳ ପ୍ରାୟ ୨୫୨୭ ବର୍ଷ ତଳେ ପୋତାଯାଇଥିଲା। ଆଜିର ଇରାନ ଏବଂ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଶକ୍ତିମାନଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ପ୍ରକୃତରେ ପ୍ରାଚୀନ ପର୍ସିଆ ଏବଂ ଗ୍ରୀସ୍-ରୋମାନ୍ ସାମ୍ରାଜ୍ୟ ମଧ୍ୟରେ ଥିବା ସେହି ପୁରୁଣା ଶତ୍ରୁତାର ଏକ ଆଧୁନିକ ସଂସ୍କରଣ। ଇତିହାସ କହେ, ସାମ୍ରାଜ୍ୟଗୁଡ଼ିକର ପତନ ହୁଏ ସତ, କିନ୍ତୁ ସଭ୍ୟତାର ସ୍ମୃତି ଏବଂ ପ୍ରତିଶୋଧର ନିଆଁ ଶତାବ୍ଦୀ ଶତାବ୍ଦୀ ଧରି ଜଳୁଥାଏ। ୧. ଅକେମେନିଡ୍ ସାମ୍ରାଜ୍ୟ: ପ୍ରଥମ ସଂଘର୍ଷର ବିନ୍ଦୁ ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡ଼େ ଯେ, ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ପର୍ସିଆର ‘ଅକେମେନିଡ୍’ (Achaemenid) ସାମ୍ରାଜ୍ୟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ…

Read More