Author: NAZMEEN PARWEEN

ଏମିତି ଏକ ଅଜେୟ ସନ୍ତାନଙ୍କ କାହାଣୀ, ଯିଏ ନା କୌଣସି ସେନା ୟୁନିଫର୍ମ ପିନ୍ଧିଥିଲେ, ନା ତାଙ୍କ ପାଖରେ କୌଣସି ମାରାତ୍ମକ ଅସ୍ତ୍ର ଥିଲା, ନା ସେନାରେ ତାଙ୍କର କୌଣସି ବଡ଼ ପଦବୀ ଥିଲା। ତଥାପି, ୧୯୬୫ ଏବଂ ୧୯୭୧ ମସିହାରେ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଭାରତ ବିଜୟ ହାସଲ କରିବା ପଛରେ ଏହି ବ୍ୟକ୍ତି ଜଣକ ଖେଳିଥିଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଗୁଜରାଟର ବନସକାଣ୍ଠାର ସେହି ପ୍ରଚଣ୍ଡ ମରୁଭୂମିରେ ମେଣ୍ଢା ଓ ଓଟ ଚରାଉଥିବା ଜଣେ ସାଧାରଣ ବୃଦ୍ଧ, କିଭଳି ନିଜର ଅଦ୍ଭୁତ କଳା ବଳରେ ପାକିସ୍ତାନ ସେନାର ଅଣ୍ଟା ଭାଙ୍ଗି ଦେଇଥିଲେ, ଆଜି ଆମେ ତାଙ୍କରି ବିଷୟରେ ଆଲୋଚନା କରିବା। ସେହି ଅଦ୍ଭୁତ ବୀର ଜଣକ ହେଉଛନ୍ତି—ରଣଛୋଡ଼ଦାସ ରବାଈ (Ranchhoddas Rabari), ଯାହାଙ୍କୁ ଭାରତୀୟ ସେନା ଆଦରରେ ନାମ ଦେଇଥିଲା ‘ପାଗୀ’ (Pagi), ଅର୍ଥାତ୍ ‘ପଥପ୍ରଦର୍ଶକ’ ବା ‘The Pathfinder’। ଜଣେ ଗରିବ ମେଣ୍ଢା ଜଗୁଆଳି, ଯାହାଙ୍କୁ ଦେଶର…

Read More