Author: NAZMEEN PARWEEN

କଥାରେ ଅଛି– “ଶାସନ ଯଦି କଡ଼ା ନ ହେବ, ତେବେ ଅପରାଧୀଙ୍କ ମନରୁ ଭୟ ଛାଡ଼ିଯିବ।” ଆଉ ଆଜି ଆମ ଓଡ଼ିଶାରେ ଠିକ୍ ସେଇଆ ହିଁ ଦେଖିବାକୁ ମିଳୁଛି। ଦୀର୍ଘ ଦିନର ନୀରବତା ପରେ, ଅପେକ୍ଷାର ଅନ୍ତ ଘଟାଇ ଆମ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଗର୍ଜିଲେ। ସେ ମୁହଁ ଖୋଲିଲେ, ସେ ଚେତାବନୀ ଦେଲେ। ସ୍ପଷ୍ଟ ଶବ୍ଦରେ କହିଲେ– ଓଡ଼ିଶା ମାଟିରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଦରକାର ପଡ଼ିଲେ ପୋଲିସ ଏନକାଉଣ୍ଟର କରିବ, ହେଲେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ କଦାପି ବିଗିଡ଼ିବାକୁ ଦେବନାହିଁ। ଆହା! ଏ କଥା ଶୁଣିବାକୁ ତ ଭାରି ଭଲ ଲାଗିଲା। ସାଧାରଣ ଓଡ଼ିଆ ଜନତାଙ୍କ ମନରେ ଟିକେ ଆଶା ବି ଜାଗି ଉଠିଲା ଯେ, ହଉ… ଏବେ ବୋଧେ ଗୁଣ୍ଡାଗର୍ଦ୍ଦି ବନ୍ଦ ହେବ। ଏବେ ବୋଧେ ମାଆ-ଭଉଣୀମାନେ, ସାଧାରଣ ଲୋକେ ଶାନ୍ତିରେ ରାସ୍ତାରେ ଚାଲିପାରିବେ। ହେଲେ…

Read More