Author: NAZMEEN PARWEEN

ସୋସିଆଲ ମିଡିଆରେ ସୀମିତ ହେଉଛି କି BJD ର ରାଜନୀତି? ଉଠୁଛି ବଡ଼ ପ୍ରଶ୍ନ ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ବିଜୁ ଜନତା ଦଳ (BJD) ବିରୋଧୀ ଦଳରେ ଆସିବା ପରେ କି ନିଜର ପୁରୁଣା ଆକ୍ରମଣାତ୍ମକ ରାଜନୀତିକ ଶୈଳୀ ହରାଇ ଦେଉଛି? ବିଶେଷକରି ସୋସିଆଲ ମିଡିଆ ଓ ପ୍ରେସ ମିଟ୍‌ରେ ସୀମିତ ହେଉଥିବା ଦଳୀୟ କାର୍ଯ୍ୟକଳାପକୁ ନେଇ ଏବେ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। ଏକ ସମୟରେ ରାଜ୍ୟ ରାଜନୀତିରେ BJD ର ପ୍ରଭାବ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଦେଖାଯାଉଥିଲା। କିନ୍ତୁ ଏବେ ଦଳର ରାଜନୀତି ମୁଖ୍ୟତଃ ସୋସିଆଲ ମିଡିଆ ପୋଷ୍ଟ, ପ୍ରେସ ବିବୃତ୍ତି ଓ ଡିଜିଟାଲ ପ୍ରତିକ୍ରିୟାରେ ସୀମିତ ହେଉଥିବା ଭାବନା ଦେଖାଯାଉଛି। ମାଟିରେ କମୁଛି କି BJD ର ଉପସ୍ଥିତି? ରାଜନୀତିକ ବିଶ୍ଳେଷକମାନଙ୍କ ମତରେ, ବିରୋଧୀ ଦଳର ମୁଖ୍ୟ ଭୂମିକା…

Read More