Author: NAZMEEN PARWEEN

ଓଡ଼ିଶା ରାଜନୀତିର କରିଡ଼ରରେ ଏବେ ଏକ ବଡ଼ଧରଣର ରୋଚକ ତଥା ରହସ୍ୟଜନକ ଖେଳ ଚାଲିଛି। ଦିଲ୍ଲୀରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ—ଏହି ଦୁଇଟି ଶକ୍ତି କେନ୍ଦ୍ର ଭିତରେ ରାଜନୀତିର ଯେଉଁ ଗୋଟି ଚାଳନା ହେଉଛି, ତାହା ସବୁଠାରୁ ଅଧିକ ଅଡ଼ୁଆରେ ପକାଇଛି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ। ଗୋଟିଏ ପଟେ ଦିଲ୍ଲୀରେ ଇଣ୍ଡି ମେଣ୍ଟର ବୈଠକ କିମ୍ବା ପ୍ରତିବାଦରେ ବିଜେଡି ସାଂସଦମାନଙ୍କର ସାମିଲ ହେବା, ଆଉ ଅନ୍ୟପଟେ ଓଡ଼ିଶା ମାଟିରେ ବିଜେଡିର ପୁରୁଣା ‘ସମଦୂରତା’ ନୀତି—ଏହି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଭକ୍ତ ଦାସଙ୍କ ସମସ୍ତ ରାଜନୈତିକ ହିସାବନିକାଶକୁ ଓଲଟପାଲଟ କରିଦେଇଛି। ରାଜ୍ୟସଭା ନିର୍ବାଚନ ଏବଂ ପ୍ରଥମ ବଡ଼ ରାଜନୈତିକ ଝଟକା ଏହି ସମଗ୍ର କାହାଣୀଟି ଆରମ୍ଭ ହୁଏ କିଛିଦିନ ତଳେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରୁ। ରାଜ୍ୟରେ ଶାସକ ବିଜେପି ଦଳକୁ ଏକାକୀ ମୁକାବିଲା କରିବା ଯେ କଂଗ୍ରେସ ପକ୍ଷରୁ ସମ୍ଭବ ନୁହେଁ, ଏକଥା ଭକ୍ତ ଦାସ ଓ କଂଗ୍ରେସ…

Read More