Author: NAZMEEN PARWEEN

କଥାରେ ଅଛି, ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ। ରାଜନୀତିରେ ଏହାର ଅର୍ଥ ହେଲା— ବିଜେଡି ରାଜନୀତିରେ କେତେବେଳେ କ’ଣ ହେବ ତାହା କହିବା ଏକପ୍ରକାର କାଠିକାର ପାଠ। ଗତକାଲି ଯାହା ଘଟିଲା, ତାହାକୁ ଆପଣ କ’ଣ କହିବେ? ଏହା କୌଣସି ସଂଯୋଗ, ନା ଏହା ପଛରେ ରହିଛି କୌଣସି ଗୁପ୍ତ ଖେଳ? ଇଣ୍ଡି-ମେଣ୍ଟର ଆହ୍ୱାନ କ୍ରମେ ଆଜିର ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପ୍ରସଙ୍ଗ। ପ୍ରଥମେ ବିଜେଡିର ପିଏସିର ସଦସ୍ୟା ତଥା ବିଧାୟକ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ବେଶ୍ ଆତ୍ମବିଶ୍ୱାସର ସହିତ କହିଥିଲେ— “ଆମେ ଇଣ୍ଡି-ମେଣ୍ଟରେ ଅଛୁ, ତେଣୁ ଆଗାମୀ ବନ୍ଦକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରିବୁ। ନିର୍ବାଚନ ଆୟୋଗଙ୍କ ଅନ୍ୟାୟ ବିରୋଧରେ ଆମେ ଏହି ଆନ୍ଦୋଳନରେ ସାମିଲ ହେବୁ।” କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ବୟାନ ଦେବାର ମାତ୍ର କିଛି ମିନିଟ୍ ପରେ, ପ୍ରମିଳା ମଲ୍ଲିକ ହଠାତ୍ ନିଜର ବୟାନରୁ ସମ୍ପୂର୍ଣ୍ଣ…

Read More