Author: NAZMEEN PARWEEN

ବର୍ତ୍ତମାନ ରାଜ୍ୟରେ କଲେଜ ନିର୍ବାଚନ ଚାଲିଛି। ଗଣତନ୍ତ୍ରର ଏହା ହେଉଛି ପ୍ରଥମ ପାହାଚ, ଯେଉଁଠାରୁ ଜଣେ ଯୁବକ ବା ଯୁବତୀ ଭବିଷ୍ୟତର ନେତୃତ୍ୱ ଗଢ଼ିବା ପାଇଁ ପ୍ରଥମ ପାଦ ରଖିଥାନ୍ତି। କିନ୍ତୁ ଦୁଃଖର କଥା, ଏହି ପବିତ୍ର ପ୍ରକ୍ରିୟା ଆଜି କିଛି ସ୍ୱାର୍ଥନ୍ୱେଷୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ କାରଣରୁ କଳଙ୍କିତ ହେବାରେ ଲାଗିଛି। କଲେଜ ନିର୍ବାଚନକୁ ନେଇ ବିଜେଡି ନେତାମାନଙ୍କ ଭିତରେ ଏକମତ ଥିଲା ଭଳି ଲାଗୁ ନାହିଁ। ବିଜେଡି ସାଧାରଣ କର୍ମୀରୁ ଅସାଧାରଣ ନେତ୍ରୀ ପାଲଟିଥିବା ସୁଜାତା ରାଉତ କାର୍ତ୍ତିକେୟନ ଓ ଏବେ ଏବେ ପାଣ୍ଡିଆନ କ୍ୟାମ୍ପର ଗେଲବସର ପାଲଟିଥିବା ବିଧାୟକ ଅରୁଣ ସାହୁ କଲେଜ ନିର୍ବାଚନରେ ଶାସକ ଦଳର ମନମାନୀ ଓ ଗୁଣ୍ଡାରାଜ ଚାଲିଥିବା କହିବା ଆରମ୍ଭ କରିଛନ୍ତି। ଅପର ପକ୍ଷରେ ଦଳର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ରାଜନୈତିକ ଦଳମାନେ କଲେଜ ନିର୍ବାଚନରେ ମୁଣ୍ଡ ପୁରାଇବା ଉଚିତ ନୁହେଁ।  ଛାତ୍ର ସୁରକ୍ଷା, ମହିଳା…

Read More