Author: NAZMEEN PARWEEN

ଯଦି ରାଜ୍ୟର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ଭିତରୁ ହିଁ ଅତି ସମ୍ବେଦନଶୀଳ ସରକାରୀ ଦସ୍ତାବିଜ୍ ଚୋରି ହୋଇଯାଏ, ତେବେ ସାଧାରଣ ଜନତା ସୁରକ୍ଷା ପାଇଁ କାହା ଉପରେ ଭରସା କରିବେ? ଓଡ଼ିଶା ପ୍ରଶାସନିକ ଏବଂ ରାଜନୈତିକ ଇତିହାସରେ ଏବେ ଏକ ଏଭଳି ସେନ୍ସେସନାଲ୍ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଥାତ୍ CMO ରୁ ଦୁଇ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଜୁଡିସିଆଲ୍ ତଦନ୍ତ କମିଶନଙ୍କ ରିପୋର୍ଟ ମାଧ୍ୟମରେ ପ୍ରସ୍ତୁତ ଫାଇଲ୍ ରହସ୍ୟଜନକ ଭାବେ ଗାଏବ ହୋଇଯାଇଛି! ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏକ ଆଧିକାରିକ FIR ବା ଏତଲା ଦାୟର କରାଯାଇଛି। ସାରା ଓଡ଼ିଶାକୁ ଦୋହଲାଇ ଦେଇଥିବା ଦୁଇଟି ବଡ଼ ଘଟଣାର ସତ୍ୟତା ଲୁଚାଇବା ପାଇଁ ଏହି ଫାଇଲ୍‌କୁ ଚୋରି କରାଯାଇଛି ନା…

Read More