Author: NAZMEEN PARWEEN

ଓଡ଼ିଶା ବିଜେପିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ? ଅପରାଜିତାଙ୍କ ପୋଷ୍ଟକୁ ନେଇ ରାଜନୈତିକ ଚର୍ଚ୍ଚା ଓଡ଼ିଶାରେ ନୂଆ ବିଜେପି ସରକାର ଗଠନ ହେବା ପରେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟତମ ସୋସିଆଲ ମିଡିଆ ପୋଷ୍ଟ ଏବେ ରାଜନୈତିକ ମହଳରେ ବିଭିନ୍ନ ପ୍ରଶ୍ନ ଉଠାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ସ୍ଥିର ଥିବା ସତ୍ତ୍ୱେ, ଦଳ ଭିତରେ କେତେକ ନେତା ଆଗାମୀ ନେତୃତ୍ୱକୁ ନେଇ ସକ୍ରିୟ ହୋଇପଡ଼ିଥିବା ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷିତରେ ଅପରାଜିତା ଷଡ଼ଙ୍ଗୀଙ୍କ ନାମକୁ ନେଇ ରାଜନୈତିକ ମହଳରେ ଅନେକ ଆଲୋଚନା ହେଉଛି। ସୋସିଆଲ ମିଡିଆ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା ଗତ ୧୯ ତାରିଖରେ ଅପରାଜିତା ଷଡ଼ଙ୍ଗୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗଭର୍ଣ୍ଣିଂ ବଡି ବୈଠକ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ସେଥିରେ…

Read More