Author: NAZMEEN PARWEEN

ଯାଜପୁରରେ ଅବୈଧ ବାଲି କାରବାର ନେଇ ପ୍ରଶ୍ନ: ମନହୋରପୁର ଖାଦାନକୁ କେନ୍ଦ୍ର କରି ବଢ଼ୁଛି ଚର୍ଚ୍ଚା ଓଡ଼ିଶା ସରକାର ଗୋଟେ ପଟେ ଅବୈଧ ଖଣି କାରବାରକୁ ରୋକିବା ଏବଂ ରାଜସ୍ୱ ବୃଦ୍ଧି କରିବାକୁ ଦାବି କରୁଥିବାବେଳେ, ଅନ୍ୟପଟେ ଯାଜପୁର ଜିଲ୍ଲାର ମନହୋରପୁର ବାଲି ଖାଦାନକୁ ନେଇ ଏବେ ଗମ୍ଭୀର ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ଯେ, ବିନା ବୈଧ କାଗଜପତ୍ରରେ ଶହ ଶହ ଟ୍ରିପ୍ ବାଲି ପରିବହନ ହେଉଛି ଏବଂ ଏଥିରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହେଉଛି। ସ୍ଥାନୀୟ ଲୋକଙ୍କ ମତାନୁସାରେ, ମନହୋରପୁର ବାଲି ଖାଦାନରୁ ନିୟମ ବାହାରେ ବାଲି ଉଠାଣ ଚାଲିଥିଲେ ମଧ୍ୟ ସମ୍ବନ୍ଧିତ ବିଭାଗ ନିରବ ରହିଛି। ଏହାକୁ ନେଇ ଖଣି ବିଭାଗ, ଡିଡିଏମ ଅଫିସ ଏବଂ ସ୍ଥାନୀୟ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠୁଛି। ବିନା କାଗଜପତ୍ରରେ ବାଲି ପରିବହନ ଅଭିଯୋଗ ଅଭିଯୋଗ ଅନୁସାରେ, ଅନେକ ବାଲି ବୋଝେଇ ଗାଡ଼ି ବିନା…

Read More