Author: NAZMEEN PARWEEN

ବିଶ୍ୱର ସବୁଠୁ ଉତ୍ତପ୍ତ ସହର ହେଲା ବଲାଙ୍ଗୀର, “ହିଟ୍ ଡୋମ୍” ପ୍ରଭାବରେ ଭାରତରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଦେଶଜୁଡ଼ା ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ବଲାଙ୍ଗୀର ବିଶ୍ୱର ସବୁଠୁ ଗରମ ସହର ଭାବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। AQI.in ର ସକାଳ ୧୦:୫୦ର ତଥ୍ୟ ଅନୁଯାୟୀ, ବିଶ୍ୱର ସବୁଠୁ ଉତ୍ତପ୍ତ ୫୦ଟି ସହର ମଧ୍ୟରେ କେବଳ ଭାରତର ସହରଗୁଡ଼ିକ ସ୍ଥାନ ପାଇଥିଲା। ସେଥିରେ ବଲାଙ୍ଗୀର ୪୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଶୀର୍ଷ ସ୍ଥାନରେ ରହିଥିଲା। ଏହି ତାପମାତ୍ରା ଦୁପରିଆର ନୁହେଁ, ବରଂ ସକାଳ ସମୟରେ ରେକର୍ଡ ହୋଇଥିବାରୁ ପରିସ୍ଥିତିର ଗମ୍ଭୀରତା ଅଧିକ ସ୍ପଷ୍ଟ ହୋଇଛି। ଭାରତର ଅନେକ ସହର ଗରମର ଭଟ୍ଟିରେ ପରିଣତ ବଲାଙ୍ଗୀର ପରେ ମହାରାଷ୍ଟ୍ରର ଚନ୍ଦ୍ରପୁର, ଉତ୍ତର ପ୍ରଦେଶର ପ୍ରୟାଗରାଜ ସହ ଛତିଶଗଡ଼, ବିହାର, ତେଲେଙ୍ଗାନା ଏବଂ ହରିଆଣାର ଅନେକ ସହର ଅତ୍ୟଧିକ ତାପମାତ୍ରା ତାଲିକାରେ ରହିଥିଲେ। ବିଶେଷ କରି ଉତ୍ତର ପ୍ରଦେଶର ବାରାଣସୀ, ବାନ୍ଦା,…

Read More