Author: NAZMEEN PARWEEN

ପାକିସ୍ତାନରେ ଆତଙ୍କୀ ନେଟୱାର୍କ ଉପରେ ରହସ୍ୟମୟ ଆକ୍ରମଣ: ଏକ ପରେ ଏକ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହତ୍ୟା ପାକିସ୍ତାନ ମାଟିରେ ଲୁଚି ରହି ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିବା ଅନେକ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗତ କିଛି ବର୍ଷ ଧରି ଅଜ୍ଞାତ ବନ୍ଧୁକଧାରୀମାନେ ଟାର୍ଗେଟ୍ କରି ହତ୍ୟା କରୁଥିବା ଘଟଣା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ଚିନ୍ତାରେ ପକାଇଦେଇଛି। ସିନ୍ଧ, କରାଚି, ପେଶାୱାର, ବାଲୁଚିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଟୁଥିବା ଏହି ହତ୍ୟାକାଣ୍ଡ ଏବେ ଆନ୍ତର୍ଜାତୀୟ ମହଳରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପ୍ରତି ଲଶ୍କର-ଏ-ତୋଇବାର ଟପ୍ କମାଣ୍ଡର ସୈଫୁଲ୍ଲା ଖାଲିଦ୍‌ଙ୍କ ହତ୍ୟା ପରେ ଏହି ପ୍ରସଙ୍ଗ ପୁଣିଥରେ ଆଲୋଚନାକୁ ଆସିଛି। ସିନ୍ଧରେ ସୈଫୁଲ୍ଲା ଖାଲିଦ୍ ହତ୍ୟା ସୂଚନା ଅନୁଯାୟୀ, ଲଶ୍କର-ଏ-ତୋଇବା ସହ ଜଡିତ ସୈଫୁଲ୍ଲା ଖାଲିଦ୍‌କୁ ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ସେ ଭାରତ ବିରୋଧୀ…

Read More