Author: NAZMEEN PARWEEN

ନିର୍ବାଚନ ପରେ “ନିଖୋଜ” ସାଂସଦ? ଓଡ଼ିଶାରେ ଜନତାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ ଲୋକସଭା ନିର୍ବାଚନ ପରେ ଦୁଇ ବର୍ଷ ବିତିବାକୁ ଯାଉଥିବାବେଳେ ଓଡ଼ିଶାରେ ଅନେକ ସାଂସଦଙ୍କ ସକ୍ରିୟତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକେ ଅଭିଯୋଗ କରୁଛନ୍ତି ଯେ, ନିର୍ବାଚନ ସମୟରେ ଘରେ ଘରେ ପହଞ୍ଚୁଥିବା ନେତାମାନଙ୍କ ମଧ୍ୟରୁ ଅନେକେ ଏବେ ନିଜ ନିର୍ବାଚନମଣ୍ଡଳୀରେ ଦେଖାଯାଉନାହାନ୍ତି। ସୋସିଆଲ ମିଡିଆ ଏବଂ ରାଜନୈତିକ ଚର୍ଚ୍ଚାରେ “ନିଖୋଜ ସାଂସଦ” ପ୍ରସଙ୍ଗ ଏବେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ନିର୍ବାଚନରେ ବିଜେପିର ଐତିହାସିକ ସଫଳତା ଗତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (BJP) ଐତିହାସିକ ସଫଳତା ହାସଲ କରିଥିଲା। ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୦ଟି ଆସନ ଜିତିଥିବାବେଳେ କଂଗ୍ରେସ କେବଳ କୋରାପୁଟ ଆସନରେ ବିଜୟୀ ହୋଇଥିଲା। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ଥିବା ବିଜୁ ଜନତା ଦଳ…

Read More