Author: Sarasinee Subudhi

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଘୋଷ ହେଉଛନ୍ତି ପ୍ରକୃତ ଦୋଷୀ। ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାର ବିଚାର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ମହାବିଦ୍ୟାଳୟରେ ଆଇସିସି ଗଠନ ହେବା କଥା। ସେହି ଅନୁସାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗତ ମେ ମାସ ୧୫ ତାରିଖରେ କଲେଜକୁ ଚିଠି କରିଥିଲା। ମାତ୍ର ପୂର୍ବତନ ଅଧ୍ୟକ୍ଷ ସେହିଭଳି କୌଣସି କମିଟି ଗଠନ ପାଇଁ ଆଦୌ ଉଦ୍ୟମ କରିନଥିଲେ। ଛାତ୍ରୀ ନିର୍ଯାତନା ଘଟଣାର ତଦନ୍ତ ପୁଲିସ ହାତକୁ ଚାଲିଯିବା ଭୟରେ ସେ ଆଇସିସି ତଦନ୍ତ କଥା କହିଦେଇଥିଲେ। ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଇଁ ପୁଲିସ ଉଚିତ ମଣିନଥିଲା। ତେଣୁ ପୂର୍ବତନ ଅଧ୍ୟକ୍ଷଙ୍କ ୫ଦିନରେ ରିପୋର୍ଟ ପ୍ରଦାନ କଥା ବିଶ୍ୱାସକୁ ନେଇଥିଲା ପୁଲିସ। ଚାପରେ ଅତି ତରବରିଆ ଭାବେ ପୂର୍ବତନ ଅଧ୍ୟକ୍ଷ ଜୁଲାଇ…

Read More