Author: Sarasinee Subudhi

ବୁଧବାର ଅର୍ଥାତ ଜୁଲାଇ ୧୬ ରେ ୟେମେନରେ ହେବାକୁ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ନିମିଷା ପ୍ରିୟା ୨୦୧୭ରେ ତାଙ୍କ ତତ୍କାଳୀନ ବ୍ୟବସାୟିକ ଅଂଶୀଦାରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୮ ମସିହାରୁ ୟେମେନରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଅଛନ୍ତି। ମାମଲା ସମାଧାନ ପାଇଁ ପୀଡିତଙ୍କ ପରିବାର ସହିତ ଆଲୋଚନା ଚାଲିଥିବା ବିଶ୍ୱାସ କରାଯାଉଛି, ଯଦିଓ ଆଲୋଚନାର ବିବରଣୀ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ମାମଲା ସହିତ ଜଡିତ ଏକ ସରକାରୀ ସୂତ୍ର କହିଛି ଯେ, ଭାରତ ସରକାର କେରଳର ନର୍ସଙ୍କୁ “ସମସ୍ତ ସମ୍ଭାବ୍ୟ ସହାୟତା” ପ୍ରଦାନ କରୁଛନ୍ତି, ସରକାର ମାମଲାରେ ଜଡିତ ସମସ୍ତ ପକ୍ଷଙ୍କ ସହିତ “ପାରସ୍ପରିକ ସହମତ ସମାଧାନ” ପାଇଁ ଚେଷ୍ଟା କରୁଛନ୍ତି। ଏହି ସ୍ଥଗିତାଦେଶକୁ ସୁନିଶ୍ଚିତ କରି ଜଣେ ଅଧିକାରୀ କହିଛନ୍ତି, “ସମ୍ବେଦନଶୀଳତା ସତ୍ତ୍ୱେ, ଭାରତୀୟ କର୍ତ୍ତୃପକ୍ଷ ସ୍ଥାନୀୟ ଜେଲ କର୍ତ୍ତୃପକ୍ଷ ଏବଂ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ସହିତ…

Read More