Author: Sarasinee Subudhi
ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜନୀତିକ କ୍ୟାରିୟରରେ ଲାଗିପାରେ ବଡ଼ ବ୍ରେକ୍। ଆସନ୍ତା ମନ୍ତ୍ରିମଣ୍ଡଳ ଅଦଳବଦଳରେ ସେ ହୋଇପାରନ୍ତି ସବୁଠାରୁ ଅଧିକ ପ୍ରଭାବିତ। ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କୁ ଭେଟି ବିଭାଗ ବିଷୟରେ ଆଲୋଚନା କରିବା ଏହାକୁ ଇଙ୍ଗିତ କରୁଛି। ଏ ପଛରେ ସବୁଠାରୁ ବଡ଼ ପ୍ଲଟ ହେଉଛି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର କିଛିକ୍ଷଣ ଭିତରେ ରାଜ୍ୟପାଳ ପୃଥ୍ୱୀରାଜଙ୍କୁ ଭେଟିଛନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମୋହନଙ୍କ କିଛି ଗୋଟିଏ ରାଜନୀତିକ ଗୋଟି ଚାଳନାକୁ ଏହା ସୂଚୀତ କରୁଛି। ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣ୍ଡଳର ଖାଲିଥିବା ପଦବୀ ବି ପୂରଣ ହୋଇପାରେ। ହଠାତ୍ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ହରିବାକୁ କମ୍ଭମପତିଙ୍କୁ ସାକ୍ଷାତ୍ ଓ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ମୁଖର କରିଛି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପତି ଆଇନମନ୍ତ୍ରୀଙ୍କ ଘରକୁ ଆସି ତାଙ୍କ ସହ ବିଭାଗର…
