Author: Sarasinee Subudhi

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଠାତ୍ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର ପ୍ରଶ୍ନ ଉଠୁଛି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ଜଗଦୀପ ଧନଖଡ଼ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସମ୍ପୂର୍ଣ୍ଣ ନ କରି ଇସ୍ତଫା ଦେଇଥିବା ସେ ଦେଶର ତୃତୀୟ ଉପରାଷ୍ଟ୍ରପତି ହୋଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କୁ ଏବେ କେତେ ପେନସନ ମିଳିବ ଏବଂ କେଉଁ କେଉଁ ସୁବିଧା ମିଳିବ? ଆସନ୍ତୁ ଜାଣିବା । ଉପରାଷ୍ଟ୍ରପତିଙ୍କୁ ମିଳୁଥିବା ଦରମା ଦେଶରେ ଉପରାଷ୍ଟ୍ରପତିଙ୍କ ପଦ ଏକ ସାମ୍ବିଧାନିକ ପଦ। ୨୦୧୮ରେ ବଜେଟ ଉପସ୍ଥାପନ ସମୟରେ ଉପରାଷ୍ଟ୍ରପତିଙ୍କ ଦରମା ମାସିକ ୪ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ଏହା ବ୍ୟତୀତ, ସରକାରୀ ଆବାସ, ଟ୍ରେନ ଓ ବିମାନରେ…

Read More