Author: Sarasinee Subudhi

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ତାଙ୍କର ଏହି ଅଚାନକ ନିଷ୍ପତ୍ତି ଦେଶରେ ହଙ୍ଗାମା ସୃଷ୍ଟି କରିଛି। କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏହି ନିଷ୍ପତ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। କଂଗ୍ରେସ ଦାବି କରୁଛି ଯେ ଜଗଦୀପ ଧନଖଡ଼ଙ୍କ ବୈଠକରେ ଜେପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ଅନୁପସ୍ଥିତି ଯୋଗୁଁ ସେ ଆଘାତ ପାଇଥିଲେ ଏବଂ ସୋମବାର ସନ୍ଧ୍ୟାରେ ଇସ୍ତଫା ଦେଇଥିଲେ। ଯଦିଓ ଜଗଦୀପ ଧନଖଡ଼ ତାଙ୍କ ଇସ୍ତଫାରେ ସ୍ୱାସ୍ଥ୍ୟକୁ କାରଣ ଭାବେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ଜଗଦୀପ ଧନଖଡ଼ କ’ଣ ପ୍ରକୃତରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି? ନା ଜେପି ନଡ୍ଡାଙ୍କ ବୈଠକରେ ଅଂଶଗ୍ରହଣ ନ କରିବା ଯୋଗୁଁ ସେ ଅସନ୍ତୁଷ୍ଟ ଥିଲେ, ନା ଜେପି ନଡ୍ଡାଙ୍କ ସଦନରେ କରାଯାଇଥିବା ରେକର୍ଡ ସମ୍ବନ୍ଧୀୟ ମନ୍ତବ୍ୟରେ ଅସନ୍ତୁଷ୍ଠ…

Read More