Author: Sarasinee Subudhi

ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଓ ଆମେରିକୀୟ ମହାକାଶ ଏଜେନ୍ସି (ନାସା)ର ମିଳିତ ମିଶନ ‘ନିସାର’ ସାଟେଲାଇଟ୍‌ ୩୦ ଜୁଲାଇ ସନ୍ଧ୍ୟା ୫:୪୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର, ଜିଏସ୍‌ଏଲ୍‌ଭି-ଏଫ ୧୬ ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯିବ। ପ୍ରାୟ ୧.୫ ବିଲିୟନ ଡଲାର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ବ୍ୟୟରେ ନିର୍ମିତ ଏହି ଉପଗ୍ରହ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ହେବ। ଜିଏସ୍‌ଏଲ୍‌ଭି-ଏଫ ୧୬ ଏହି ଉପଗ୍ରହକୁ ୯୮.୪୦ ଡିଗ୍ରୀ ଢଳାଇ ୭୪୩ କିଲୋମିଟର ଉଚ୍ଚ ସୂର୍ଯ୍ୟ-ସମକାଳୀନ କକ୍ଷପଥରେ ସ୍ଥାପନ କରିବ। ‘ନିସାର’ ହେଉଛି ପୃଥିବୀ ଉପରେ ନଜର ରଖିବା ପାଇଁ ବିଶ୍ୱର ପ୍ରଥମ ଉପଗ୍ରହ। ଏଥିରେ ଦୁଇଟି ଭିନ୍ନ ବ୍ୟାଣ୍ଡ ରାଡାର ଅଛି। ଏହି କାରଣରୁ ଏହା ଘନ ଜଙ୍ଗଲ ତଳେ ମଧ୍ୟ ରାଡାର ମାଧ୍ୟମରେ ସହଜରେ ତଥ୍ୟ ସଂଗ୍ରହ କରିପାରିବ। ଇସ୍ରୋ ଜାରି କରିଥିବା ବିବୃତ୍ତିରେ କ’ଣ ସୂଚନା ଦେଇଛି? ଏହା ପ୍ରଥମ ଉପଗ୍ରହ…

Read More