Author: Sarasinee Subudhi

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରଠୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଖାଲି ପଡିଛି। ସମ୍ବିଧାନ ଅନୁଯାୟୀ, ଏହି ପଦବୀ ପାଇଁ ନିର୍ବାଚନ ‘ଯେତେଶୀଘ୍ର ସମ୍ଭବ’ ହେବା ଆବଶ୍ୟକ। ଯଦିଓ ନିର୍ବାଚନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, ତଥାପି ଧନଖଡ଼ଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ଅନେକ ନାମ ଆଲୋଚନାରେ ରହିଛି । ଏବଂ ସେପ୍ଟେମ୍ବର ୧୯ ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ ବୋଲି ଲୋକେ କହୁଛନ୍ତି। ତେବେ ଚାଲନ୍ତୁ ଜାଣିବା ଧନଖଡ଼ଙ୍କ ପରେ ଉପରାଷ୍ଟ୍ରପତି ପଦ ପାଇଁ କାହାର କାହାର ନାମ ଚର୍ଚ୍ଚା ହେଉଛି, ଏବଂ ସବୁଠୁ ଅଧିକ ସମ୍ଭାବିୟ ପ୍ରାର୍ଥୀ କିଏ? ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସବୁଠାରୁ ଅସମ୍ଭବ ପ୍ରାର୍ଥୀ ବୋଲି କୁହାଯାଉଛି, କିନ୍ତୁ ଆହୁରି ଅନେକ ନାଁ ନେଇ ମଧ୍ୟ କଳ୍ପନାଜଳ୍ପନା ହେଉଛି। ଉପେନ୍ଦ୍ର କୁଶୱାହାଙ୍କ ପରି ଅନେକ ଏନଡିଏ ସହଯୋଗୀ ନୀତିଶଙ୍କୁ ପରମର୍ଶ…

Read More