Author: Sarasinee Subudhi

ବଢୁଛି ରାଜଧାନୀ ସହର । ରାଜଧାନୀ ସହରର ପରିସୀମା ବୃଦ୍ଧି ସାଙ୍ଗକୁ ଉପକଣ୍ଠରେ ଥିବା ଚାଷଜମିଠାରୁ ଆରମ୍ଭ କରି ଜଙ୍ଗଲ ଉପରେ ଗୋଟିଏ ପରେ ଗୋଟିଏ ଜନବସତି ଗଢ଼ି ଉଠିଛି । ଏହିକ୍ରମରେ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଆମ୍ବ, ପଣସ, ଜାମୁ, ଆକାଶିଆ ତୋଟାମାନ ଥିଲା। କିନ୍ତୁ ସମୟକ୍ରମ ଏସବୁ ତୋଟା ବଦଳରେ ଏବେ ଗଢ଼ି ଉଠିଛି ବଡ଼ବଡ଼ ଆପାର୍ଟମେଣ୍ଟ ସହ ଘରଦ୍ୱାରା ଏବଂ ଶିକ୍ଷାନୁଷ୍ଠାନ । ଫଳରେ ତୋଟା ଏବଂ ଜଙ୍ଗଲ କ୍ରମେ ହ୍ରାସ ପାଇବାରେ ଲାଗିଛି । ଆଜକୁ ଦୀର୍ଘ ୩୦ ବର୍ଷ ତଳର ସ୍ଥିତିକୁ ଅନୁଧ୍ୟାନ କଲେ ରାଜଧାନୀ ଉପକଣ୍ଠସ୍ଥତ, ମଦନପୁର, ବଡ଼ରଘୁନାଥପୁର, କାଇମାଟିଆ, ଦେଉଳିଆପାଟଣା, ପାଇକରାପୁର, ମଳିପଡା, ଘାଟିକିଆ, ନୂଆଗାଁ, ଶାମପୁର ଆଦି ଅଞ୍ଚଳରେ ଛୋଟବଡ଼ ହୋଇ ଦେଢ଼ଶହରୁ ଅଧିକ ତୋଟା ରହିଥିଲା । ଯଦିବା ସେଥ‌ି ମଧ୍ୟରେ ଜାମୁ ଓ କାଜୁ ତୋଟା ରହିଥିଲା କିନ୍ତୁ ଅଧିକାଂଶ ଥିଲା ଆମ୍ବ ଓ ପଣସ।…

Read More