ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରଠୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଖାଲି ପଡିଛି। ସମ୍ବିଧାନ ଅନୁଯାୟୀ, ଏହି ପଦବୀ ପାଇଁ ନିର୍ବାଚନ ‘ଯେତେଶୀଘ୍ର ସମ୍ଭବ’ ହେବା ଆବଶ୍ୟକ। ଯଦିଓ ନିର୍ବାଚନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, ତଥାପି ଧନଖଡ଼ଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ଅନେକ ନାମ ଆଲୋଚନାରେ ରହିଛି । ଏବଂ ସେପ୍ଟେମ୍ବର ୧୯ ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ ବୋଲି ଲୋକେ କହୁଛନ୍ତି।
ତେବେ ଚାଲନ୍ତୁ ଜାଣିବା ଧନଖଡ଼ଙ୍କ ପରେ ଉପରାଷ୍ଟ୍ରପତି ପଦ ପାଇଁ କାହାର କାହାର ନାମ ଚର୍ଚ୍ଚା ହେଉଛି, ଏବଂ ସବୁଠୁ ଅଧିକ ସମ୍ଭାବିୟ ପ୍ରାର୍ଥୀ କିଏ? ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସବୁଠାରୁ ଅସମ୍ଭବ ପ୍ରାର୍ଥୀ ବୋଲି କୁହାଯାଉଛି, କିନ୍ତୁ ଆହୁରି ଅନେକ ନାଁ ନେଇ ମଧ୍ୟ କଳ୍ପନାଜଳ୍ପନା ହେଉଛି। ଉପେନ୍ଦ୍ର କୁଶୱାହାଙ୍କ ପରି ଅନେକ ଏନଡିଏ ସହଯୋଗୀ ନୀତିଶଙ୍କୁ ପରମର୍ଶ ଦେଇଛନ୍ତି ଯେ, ପରବର୍ତ୍ତୀ ପିଢ଼ି ପାଇଁ ପଥ ପ୍ରସ୍ତୁତ କରିବାକୁ ସେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ । କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ବିହାର ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଥିବା ବେଳେ ନୀତିଶଙ୍କୁ ଗାଦି ଛାଡିବାକୁ ପରାମର୍ଶ ଦିଆଯିବା ଅନେକ ସଂକେତ ଦେଉଛି । ନୀତିଶଙ୍କୁ ଖୁସି କରିବା ପାଇଁ ଉପରାଷ୍ଟପତି ପଦ ପୁରସ୍କାର ଭାବେ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ଉପରାଷ୍ଟ୍ରପତି ପଦବୀ କ’ଣ ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ସମ୍ମାନଜନକ ବିଦାୟ ହୋଇପାରେ କି?
ଏହାପରକୁ ଅଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା, ଯଦିଓ ଦିଲ୍ଲୀ ଉପରାଜ୍ୟପାଳ ଭାବେ ସେ ମାତ୍ର ତିନି ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, କିନ୍ତୁ କିଛି ସମୟ ପର୍ଯ୍ୟନ୍ତ “ବଡ଼ କାର୍ଯ୍ୟଭାର” ପାଇଁ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହେଉଛି। ଦିଲ୍ଲୀରେ ଭିକେ ସକ୍ସେନା ଆପ ସରକାରଙ୍କ ପ୍ରଶାସନିକ ପଦକ୍ଷେପକୁ ବାଧା ଦେଇ ଦିଲ୍ଲୀ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନିଯୁକ୍ତିଠାରୁ ଆରମ୍ଭ କରି ଦିଲ୍ଲୀ ଜଳ ବୋର୍ଡ ସହ ଜଡିତ ନୀତି ପର୍ଯ୍ୟନ୍ତ ସବୁଥିରେ ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଇଁ ଅଡୁଆ ସୃଷ୍ଟି କରିଦେଇ ଥିଲେ । ଯାହାକି ଦିଲ୍ଲୀରେ ଆପ ଏବଂ କେଜରିୱାଲ ହାରିବାର ଏକ ବଡ଼ କାରଣ ଭାବରେ ବିବେଚନା କରାଯାଏ ।
ଏହାପରକୁ ଅଛନ୍ତି ଜମ୍ମୁ ଏବଂ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସେ ଅଗଷ୍ଟ ୬ ରେ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରୁଛନ୍ତି, ଯାହା ତାଙ୍କ ପାଇଁ ଉପରାଷ୍ଟ୍ରପତି ପଦର ପରବର୍ତ୍ତୀ ଦାୟିତ୍ୱ ଗ୍ରହଣ କରିବାର ଉପଯୁକ୍ତ ସମୟ। ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶର ଜଣେ ପୁରୁଣା ବିଜେପି ସହଯୋଗୀ ହେଉଛନ୍ତି ସିହ୍ନା, ଧାରା ୩୭୦ ରଦ୍ଦ ପରେ କିଛି ପରିମାଣରେ ସ୍ଥିରତା ଆଣିବାରେ ତାଙ୍କର କାଳେ ଅବଦାନ ରହିଛି ବୋଲି ମନୋଜ ସିହ୍ନାଙ୍କ ସମର୍ଥକମାନେ କହିଛନ୍ତି। ତଥାପି, ପହଲଗାମ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେବା ସହିତ ତାଙ୍କର ଜମ୍ମୁ ଏବଂ କାଶ୍ମୀର କାର୍ଯ୍ୟକାଳ ଶେଷ ହେଉଛି ।
Also Readhttps://purvapaksa.com/imd-issues-orange-warning-across-multiple-odisha-districts/


