Author: Sarasinee Subudhi

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କୁ କାହିଁକି ଇସ୍ତଫା ଦେବାକୁ ପଡିଲା ସେ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ୨୧ ଜୁଲାଇରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। କିନ୍ତୁ ବାସ୍ତବତା ଅନ୍ୟ କିଛି ବୋଲି ଚର୍ଚ୍ଚା ହୁଏ। ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଯୋଗୁଁ ସେ ତାଙ୍କ ଚୌକି ହରାଇଛନ୍ତି ବୋଲି କୁହାଯାଉଛି। ବିଚାରପତି ବର୍ମାଙ୍କ ବିରୋଧରେ ମହାଭିଯୋଗର ନୋଟିସ ନେବା ମାତ୍ରେ ସରକାରୀ ଦଳ କ୍ରୋଧିତ ହୋଇଥିଲେ ବୋଲି କୁହାଯାଉଛି । ଏହା ପରେ କ’ଣ ହେଲା, ତାହା ସମସ୍ତେ ଦେଖିଲେ। ତାଙ୍କୁ ସେହି ରାତିରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ଇସ୍ତଫା ଦେବାକୁ ପଡିଲା। ଜଗଦୀପ ଧନଖଡ଼ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇଥିଲେ, କିନ୍ତୁ ତାଙ୍କୁ ଗୋଟିଏ ସ୍ଥାନରେ ବୋକା ବନାଇ ଦିଆଯାଇଥିଲା। ହଁ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ, ଜଗଦୀପ ଧନଖଡ଼ ରାଜ୍ୟସଭାରେ…

Read More