Author: Sarasinee Subudhi

ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବିଜେପି ରାଜ୍ୟ ସଭାପତି। ଓଡ଼ିଶାରେ କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଓଡ଼ିଶା ଫେରି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତ ସମୟରେ ଏପରି କୌଣସି ଆଲୋଚନା ହୋଇନାହିଁ। ଭୁବନେଶ୍ୱର ଫେରି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଶ୍ରୀ ସାମଲ କହିଛନ୍ତି ଯେ, ତାଙ୍କର ଗସ୍ତ କେବଳ ଦଳୀୟ ସଂଗଠନ ଉପରେ କେନ୍ଦ୍ରିତ ଥିଲା, ମନ୍ତ୍ରୀ ପରିବର୍ତ୍ତନ ଉପରେ ନୁହେଁ। ସେ ଦୃଢ଼ ଭାବରେ କହିଛନ୍ତି ଯେ,”ଦିଲ୍ଲୀରେ କ୍ୟାବିନେଟ୍ ସମ୍ପ୍ରସାରଣ ଉପରେ କୌଣସି ଆଲୋଚନା ହୋଇନାହିଁ”। “ମୁଁ ରାଜ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଯାଇ ନଥିଲି। ଆମର ବୈଠକଗୁଡ଼ିକ ଅପେକ୍ଷାରତ ସାଂଗଠନିକ କାର୍ଯ୍ୟ ସହିତ ଜଡିତ ଥିଲା ସେଥି ପାଇଁ ଯାଇଥିଲି” । ରାଜ୍ୟ କ୍ୟାବିନେଟରେ ଆସନ୍ନ ପରିବର୍ତ୍ତନ ସମ୍ପର୍କରେ କଳ୍ପନାଜଳ୍ପନାକୁ…

Read More