Author: Sarasinee Subudhi

କାରଗିଲ ଯୁଦ୍ଧରେ କୂଟନୀତି ଓ ସାମରିକ, ଉଭୟ ମୋର୍ଚାରେ ପାକିସ୍ତାନ ଦୟନୀୟ ଭାବେ ପରାସ୍ତ ହୋଇଥିଲା। ନିକଟରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପ୍ରତି ଆମେରିକାର ଆଭିମୁଖ୍ୟ ବେଶ ନରମ ଓ ସହାନୁଭୂତିପୂର୍ଣ୍ଣ ଥିଲା, କିନ୍ତୁ କାରଗିଲ ସଙ୍କଟ ସମୟରେ ପରିସ୍ଥିତି ଏହାର ବିପରୀତ ଥିଲା। ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ପାକିସ୍ତାନ ଉପରେ ବେଶ କ୍ଷୁବ୍ଧ ଥିଲେ। ସେ ନୱାଜ ଶରିଫଙ୍କ ସହ ବେଶ କଠୋର ବ୍ୟବହାର କରିଥିଲେ। ଶରିଫଙ୍କ ଏକାନ୍ତରେ ଭେଟିବାର ପ୍ରସ୍ତାବକୁ କ୍ଲିଣ୍ଟନ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏପରି ମଧ୍ୟ କହିଥିଲେ ଯେ ମୁଁ ତୁମକୁ ଆଗରୁ କହିଥିଲି ଯେ ଯଦି ତୁମେ ବିନା ସର୍ତରେ ତୁମର ସେନା ପ୍ରତ୍ୟାହାର ନକର, ତେବେ ଏଠାକୁ ଆସିବାର ଆବଶ୍ୟକତା ନାହିଁ। ସେହି ସମୟରେ କୋଲୋନ ଶିଖର ସମ୍ମେଳନରେ ଜି-୮ ଦେଶଗୁଡ଼ିକ ଭାରତର ସମର୍ଥନ କରିଥିଲେ। ଇଉରୋପୀୟ ସଂଘ ଏବଂ ଆସିଆନ ସଂଗଠନ ମଧ୍ୟ ନିୟନ୍ତ୍ରଣ ରେଖାର ଅଖଣ୍ଡତା…

Read More