ଫକିର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣା ଉପରୁ ଖୁବ୍ଶୀଘ୍ର ପରଦା ହଟିପାରେ। ୟୁଜିସି ଏବଂ ଉଚ୍ଚଶିକ୍ଷା ବିଭାଗର ଊଛସ୍ତରୀୟ ଟିମ୍ ତଦନ୍ତ କରି ଫେରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଗତକାଲି ଆପାତତଃ ସରିଥିବା କୁହାଯାଉଛି। ଶୁକ୍ରବାର ସୁଦ୍ଧା ଲଗାତାର ୮ ଦିନ ଧରି କ୍ରାଇମବ୍ରାଞ୍ଚର ଟିମ୍ କଲେଜ ଓ ଆଖପାଖ ଅଞ୍ଚଳରେ ତଦନ୍ତ କରି ତଥ୍ୟ ସଂଗ୍ରହ କରିଥିଲା।
ଶେଷଥର ପାଇଁ ଶୁକ୍ରବାର ଏହି ତଦନ୍ତକାରୀ ଟିମ୍ କଲେଜକୁ ଯାଇ ଇଷ୍ଟକ୍ୟାମ୍ପସ୍ରେ ଥିବା ପିଲାମାନଙ୍କୁ ପଚରାଉଚରା କରିଥିଲେ । ତେଣୁ ଖୁବ୍ଶୀଘ୍ର ତଦନ୍ତ ରିପୋର୍ଟ ପଦାକୁ ଆସିପାରେ ବୋଲି କୁହାଯାଉଛି। ଶେଷଥର ପାଇଁ ଶୁକ୍ରବାର
କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍ କଲେଜ ପାଖ ଅଞ୍ଚଳରେ ତନାଘନା କରିବା ପରେ କଲେଜକୁ ଯାଇଥିଲା। ପ୍ରଥମେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯିବା ପରେ ଇଷ୍ଟ କ୍ୟାମ୍ପସ୍କୁ ଯାଇଥିଲା। ଇଷ୍ଟ କ୍ୟାମ୍ପସ୍ରେ ବିଏଡ୍ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟ ରହିଛି । ସେଠାରେ କ୍ରାଇମବ୍ରାଞ୍ଚ ବିଏଡ୍ ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ପିଲାମାନଙ୍କୁ ମଧ୍ୟ ପଚରାଉଚରା କରିଥିବା ଜଣାପଡ଼ିଛି। ସେମାନଙ୍କଠୁ ଘଟଣା ବାବଦରେ ଅଧୂକ ତଥ୍ୟ ଯୋଗାଡ଼ କରିଛି।
ତେଣେ, ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ଗିରଫ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଆଜି ଜାମିନ ଆବେଦନ ଖାରଜ ହୋଇଯାଇଛି। ଏଥିସହ ତାଙ୍କର ବିଚାର ବିଭାଗୀୟ ହାଜତ ଅବଧିକୁ ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି । ଆଜି ସମୀର ଭିଡିଓ କନ୍ଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ତେବେ ଏସ୍ଡିଜେଏମ୍ କିଶୋର କୁମାର ନାଥ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।
Also Readhttps://purvapaksa.com/odisha-delegation-visits-i-hub-student-startup-policy-to-be-introduced/


