Author: Sarasinee Subudhi

ଗତ ସପ୍ତାହର ସବୁଠୁ ବଡ଼ ଚର୍ଚ୍ଚିତ ରାଜନୈତିକ ଖବର ଥିଲା ଉପ-ରାଷ୍ଟ୍ରପତି ପଦରୁ ଅଚାନକ ଜଗଦୀପ ଧନଖଡଙ୍କ ଇସ୍ତଫା । ସେ କାହିଁକି ଇସ୍ତଫା ଦେଲେ, ଏହା ପଛର କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି । ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ହେଲେ ଏହା ଗ୍ରହଣୀୟ ନୁହେଁ। ଗତ ସପ୍ତାହର ଚର୍ଚ୍ଚା ଭିତରେ ପୂର୍ବ ଘଟଣା ସବୁକୁ ନେଇ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ଯେ ଯେଉଁ ବ୍ୟକ୍ତି ତାଙ୍କୁ ବଡ଼ ସାମ୍ବିଧାନିକ ପଦରେ ବସାଇଥିଲେ ସେହି ବ୍ୟକ୍ତିଙ୍କ ବିରୋଧରେ ସେ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର । ବିରୋଧୀଙ୍କ ଫାଶରେ ପଡ଼ି ଧନଖଡ ରାଜନୀତିର ଚାଣକ୍ୟଙ୍କୁ ନିଜ ଫାଶ ପକାଇବାର ଉଦ୍ୟମ କରିଥଲେ । ଆଉ ପରିଣାମ କ’ଣ ହେଲା ତାହା ଦେଖିଲା ସମଗ୍ର ଦେଶ। ଗତ ୧୩ ମାସ ଧରି ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାର ଠିକ୍ ଠାକ୍ ଚାଲିଛି ।…

Read More