Author: Sarasinee Subudhi

ଭଦ୍ରକରୁ ଆସିଛି ଚାଞ୍ଚଲ୍ୟକର ଖବର। ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୈତରଣୀ ନଦୀକୂଳ ନିକଟ ମଣିନାଥପୁର ଶ୍ମଶାନରୁ ଦୁଇ ମହିଳାଙ୍କ ସମେତ ଚାରିଟି ମୃତଦେହ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ମୃତଦେହଗୁଡ଼ିକ ହେଉଛି ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡା, ଶତ୍ରୁଘ୍ନ ଦାସ ଏବଂ ପ୍ରମିଳା ଦାସଙ୍କର ବୋଲି କୁହାଯାଉଛି, ଯେଉଁମାନଙ୍କୁ ଗତ କିଛି ମାସ ମଧ୍ୟରେ ପ୍ରାକୃତିକ ଭାବେ ମୄତ୍ୟୁ ହେବା ପରେ ମାଟିରେ ପୋତି ଶବ ସଂସ୍କାର କରାଯାଇଥିଲା। ଏହି ଘଟଣାକୁ ମିଶାଇ ୨୦୧୭ ମସିହାରୁ ଏବେ ପର୍ଯ୍ୟନ୍ତ ଶ୍ମଶାନରୁ ନିଖୋଜ ମୃତଦେହ ସଂଖ୍ୟା ୧୫ ରୁ ଅଧିକ ହେଲାଣି। ବର୍ଷ ବର୍ଷ ଧରି ଏନେଇ ଭଣ୍ଡାରିପୋଖରୀ ପୋଲିସ ଷ୍ଟେସନରେ ଅନେକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ ଵୋଲି ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଶବ ପୋତା ଯାଇଥିବା ସ୍ଥାନଗୁଡିକ ବିକୃତ କରାଯାଇଛି ଏବଂ ଅବଶେଷ କୌଣସି ସ୍ଥାନରେ…

Read More