Author: Sarasinee Subudhi

ଦୁଇ ଦିନ ତଳେ ଇନ୍‌ଫୋସିଟି ଅଞ୍ଚଳର ଶିକ୍ଷାନୁଷ୍ଠାନର ବି-ଫାର୍ମା ଛାତ୍ର ତଥା ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅଙ୍କନ ତ୍ରିପାଠୀ(୧୯)ଙ୍କର କୁଆଖାଇ ନଦୀରେ ବୁଡି ମୃତ୍ୟୁଘଟିଛି। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି । ମାର୍ଚ୍ଚ ମାସରେ ସମାନ ସ୍ଥାନରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ସମୁଦାୟ ୪ରୁ ଅଧିକ ଲୋକ କୁଆଖାଇରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକମାନଙ୍କ ମଧ୍ୟରେ ୩ ଜଣ ମାତ୍ର ୨୦ ବର୍ଷ ବୟସର ଛାତ୍ର ଗତ ୭ ବର୍ଷ ମଧ୍ୟରେ କୁଆଖାଇ ନଦୀରେ ବୁଡ଼ି ପ୍ରାୟ ୬୦ ଜଣଙ୍କର ଜୀବନ ଯାଇଛି। ସୂଚନାନୁସାରେ ବି ଫାର୍ମା ବିଭାଗର ଆଜି ୫ ଜଣ ଛାତ୍ର ଅପରାହ୍ନରେ ବରିମୁଣ୍ଡ ନିକଟ ଜରିପାଟଣା ବାଲିଯାତ୍ରାପଡ଼ିଆ ପଠାକୁ ବୁଲି ଆସିଥିଲେ। ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ମାତ୍ର ପହଁରା ଜାଣି ନଥିବାରୁ ଦୁଇଜଣ…

Read More