Author: Sarasinee Subudhi

ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଏକ ବିଶେଷ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହୋଇଥିବା ବିତର୍କରେ ଭାଗ ନେଇ କହିଥିଲେ ଯେ,ଭାରତର ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତିର ବିନତୀ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ୨୦୨୫ ମସିହା ମେ ୬ ଓ ୭ ତାରିଖରେ ଭାରତୀୟ ସେନାମାନେ ଅପରେସନ ସିନ୍ଦୁର ଐତିହାସିକ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପାଦନ କରିଥିଲେ। ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା, ବରଂ ଏହା ଥିଲା ଭାରତର ସାର୍ବଭୌମତ୍ୱ, ତା’ର ଅସ୍ମିତା ଏବଂ ଦେଶର ନାଗରିକଙ୍କ ପ୍ରତି ଆମର ଦାୟିତ୍ୱ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୁରକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆମ ସେନା ପ୍ରତ୍ୟେକ ଦିଗକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ଆମ ପାଖରେ ଅନେକ ବିକଳ୍ପ ଥିଲା, କିନ୍ତୁ ଆମେ ସେହି ବିକଳ୍ପ ବାଛିଥିଲୁ ଯେଉଁଥିରେ…

Read More