Author: Sarasinee Subudhi

ଦେଶର ଏକ ପ୍ରମୁଖ ମେରିଟାଇମ୍ ହବ୍ ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶାର ସାମୁଦ୍ରିକ ପରିବହନ କ୍ଷେତ୍ର ଅଣ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ୮୦ ନିୟୁତ ଟନ୍‌ରେ ପହଞ୍ଚିଲା ୨୦୨୪-୨୫ରେ ରାଜ୍ୟକୁ ମିଳିଛି ୩୦୬ କୋଟି ରାଜସ୍ବ ।ଭବିଷ୍ୟତ ପାଇଁ ଆବଶ୍ୟକ ଉନ୍ନତ ସାମୁଦ୍ରିକ ପରିବହନ ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ମେରିଟାଇମ ବୋର୍ଡ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଏହି କାର୍ଯ୍ୟର ନେତୃତ୍ବ ନେଉଛନ୍ତି। ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟ ଏବଂ ମାଲ୍ ପରିବହନ କ୍ଷମତା ସୁଦୃଢ଼ ହୋଇଛି। ରାଜ୍ୟର ଅଣ ପ୍ରମୁଖ ବନ୍ଦରଗୁଡ଼ିକର ମାଲ୍ ପରିବହନ କ୍ଷମତା ୨୦୨୪-୨୫ରେ ୮୦ ନିୟୁତ ଟନରେ ପହଞ୍ଚିଛି। ଏଥିରେ ଧାମରା ବନ୍ଦରର କ୍ଷମତା ୪୬,୦୮ ନିୟୁତ ଟନ୍ ଏବଂ ଗୋପାଳପୁର ବନ୍ଦରର…

Read More