Author: Sarasinee Subudhi

ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡକୁ ମାରି ଗଡେଇଛି ସେନା । ସୂଚନା ଅନୁଯାୟୀ, ଅପରେସନ ମହାଦେବ ଦ୍ଵାରା ଶ୍ରୀନଗରରେ ସୁରକ୍ଷାବାହିନୀ ଏନକାଉଣ୍ଟରରେ ନିହତ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ରହିଛି। ଲକ୍ସରର ଶୀର୍ଷ କମାଣ୍ଡର ସୁଲେମାନ ଶାହ ଓରଫ ମୁସା ଫୌଜି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଅପରାଧୀ ଥିଲା ବୋଲି ଜଣାପଡିଛି, ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ସେମାନଙ୍କୁ ଏନକାଉଣ୍ଟର କରିବା ପୂର୍ବରୁ ଗିରଫ କରାଯାଇଥିଲା। ଗତବର୍ଷ ଶ୍ରୀନଗର-ସୋନମାର୍ଗ ରାଜପଥରେ ଜେଡ୍-ମୋର୍ହ ସୁଡ଼ଙ୍ଗ ନିର୍ମାଣରେ ଜଡିତ ସାତ ଜଣଙ୍କୁ ହତ୍ୟା କରିବାରେ ମଧ୍ୟ ମୁସା ସାମିଲ ଥିଲା ଵୋଲି ଜଣାପଡ଼ିଛି। ଏହି ଅପରେସନ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ଏକ ମିଳିତ ଦଳ ଦ୍ୱାରା କରାଯାଇଥିଲା। ଆତଙ୍କବାଦୀଙ୍କ ଆଡ୍ଡାରୁ ପ୍ରାୟ ୧୭ଟି ଗ୍ରେନେଡ୍, ଗୋଟିଏ M4 କାର୍ବାଇନ୍ ଏବଂ ଦୁଇଟି AK-47 ରାଇଫଲ୍ ଜବତ କରାଯାଇଥିଲା। ତିନି ଜଣ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ…

Read More