Author: Sarasinee Subudhi

ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମ କାର୍ଯ୍ୟକାରୀ ଏବଂ ସୁଗମ କରିବା ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକ ଆପାର୍ଟମେଣ୍ଟ ମାଲିକ ଆଉ ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି। ଆପାର୍ଟମେଣ୍ଟ ମାଲିକଙ୍କୁ ସରକାର କିଛି ଆଶ୍ୱସ୍ତି ଦେଇପାରନ୍ତି ବୋଲି କୁହାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ବୈଠକରେ ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଆଇନ, ଯାହାକୁ ସାଧାରଣତଃ ରେରା (RERA) କୁହାଯାଏ, ଏହି ଆଇନ ସହ ଜଡିତ ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ। ଏହି ବୈଠକର ଲକ୍ଷ୍ୟ ହେଉଛି ଆପାର୍ଟମେଣ୍ଟ ପଞ୍ଜିକରଣ, ପ୍ରକଳ୍ପ ଅନୁମୋଦନ ଏବଂ ବିଭିନ୍ନ ବିଭାଗ ଏବଂ ସଂସ୍ଥା ମଧ୍ୟରେ ସମନ୍ୱୟ ସହିତ ଜଡିତ ଚିନ୍ତାଧାରା ଦୂର କରିବା।ଗୃହ ଏବଂ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ…

Read More