Author: Sarasinee Subudhi

ନିମିଷା ପ୍ରିୟା ମାମଲାରେ ଆସିଲା ବଡ଼ ଖବର । ରଦ ହେଲା ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ । ଏନେଇ ‘ଗ୍ରାଣ୍ଡ ମୁଫତି ଅଫ୍‍ ଇଣ୍ଡିଆ’ ଅଫିସ୍‍ ପକ୍ଷରୁ ସୂଚନା ଦିଆଯାଇଛି । ୟେମେନର ରାଜଧାନୀ ସାନାରେ ଏକ ଉଚ୍ଚସ୍ତରୀୟ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡ଼ିଛି । ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟ ଏହା ମଧ୍ୟ କହିଛି ଯେ, ୟେମେନି ସରକାର ଏପର୍ଯ୍ୟନ୍ତ ସରକାରୀ ଭାବରେ ଫାଶିଦଣ୍ଡ ବାତିଲ୍‍ ନେଇ ଲିଖିତ ଭାବରେ ନିଶ୍ଚିତ କରିନାହାଁନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏପର୍ଯ୍ୟନ୍ତ ବାତିଲ ନେଇ କୌଣସି ନିଶ୍ଚିତ ସୂଚନା ଦେଇ ନାହିଁ, କିନ୍ତୁ ୟେମେନର ରାଜଧାନୀ ସାନାରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ନମିଳିଥିବାରୁ ଦ୍ୱନ୍ଦ୍ୱ ଉପୁଜିଛି । ୟେମେନ ଜେଲରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ…

Read More