Author: Sarasinee Subudhi

ଲୋକସଭାରେ ଦ୍ୱିତୀୟ ଦିନରେ ମଧ୍ୟ ‘ଅପରେସନ୍ ସିନ୍ଦୂର’ ଉପରେ ବିଶେଷ ଆଲୋଚନା ଜାରି ରହିଛି । ‘ଅପରେସନ୍ ସିନ୍ଦୂର’ ଉପରେ ପ୍ରଥମ ଦିନର ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ଶାହ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପହଲଗାମ୍‌ରେ ଲୋକମାନଙ୍କୁ ସେମାନଙ୍କର ଧର୍ମ ପଚାରି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଆକ୍ରମଣରେ ମୃତକଙ୍କ ପରିବାର ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କର ଗଭୀର ସମବେଦନା ପ୍ରକାଶ କରିଥିଲେ। ଏହି ସମୟରେ ଶାହ ଅପରେସନ ମହାଦେବ ବିଷୟରେ ସୂଚନା ଦେଇଛନ୍ତି। ଶାହ କହିଛନ୍ତି ଯେ ଅପରେସନ ମହାଦେବରେ, ତିନି ଜଣ ଆତଙ୍କବାଦୀ ସୁଲେମାନ ଓରଫ ଫୈଜଲ, ଆଫ୍ରାନ ଏବଂ ଜିବ୍ରାନ ନିହତ ହୋଇଛନ୍ତି । ଏହା ସେନା ଏବଂ ସିଆରପିଏଫର ଏକ ମିଳିତ ଅପରେସନ ଥିଲା। ଆତଙ୍କବାଦୀ ସଂଗଠନ ଲସ୍କର ସହିତ ଜଡିତ ସୁଲେମାନ ପହଲଗାମ୍ ଆତଙ୍କବାଦୀ…

Read More