Author: Sarasinee Subudhi

ଦୁନିଆରେ ପ୍ରାୟ ୩୯୦୦ ପ୍ରଜାତିର ସାପ ଦେଖାଯାଏ। ବିଶ୍ୱରେ ପ୍ରାୟ ୨୦୦ ଦେଶ ଅଛି ଏବଂ କିଛି ସ୍ଥାନ ବାଦ ଦେଲେ ପ୍ରାୟ ସବୁଠାରେ ସାପ ଦେଖାଯାଏ। କୁହାଯାଏ ଯେ ସାପ ପୃଥିବୀରେ ସେତେବେଳେ ଥିଲେ ଯେତେବେଳେ ମନୁଷ୍ୟ ମଧ୍ୟ ନଥିଲେ। କିଛି ସାପ ପ୍ରଜାତି ବହୁତ ବିଷାକ୍ତ ହୋଇଥାନ୍ତି, ଆଉ କିଛି ବିଷହୀନ। ଅନେକ ଦେଶରେ ସାପଙ୍କୁ ନେଇ ଲୋକକଥା ରହିଛି। ଆପଣ ଜାଣିଛନ୍ତି କି କେଉଁ ଦେଶରେ ସାପ ସବୁଠାରୁ ଅଧିକ ଦେଖାଯାନ୍ତି ଏବଂ କେଉଁଠାରେ ବିଲକୁଲ ସାପ ହିଁ ନାହାନ୍ତି ? ସବୁଠାରୁ ଅଧିକ ସାପ ବ୍ରାଜିଲରେ ଦେଖାଯାଏ ବ୍ରାଜିଲରେ ବିଶ୍ୱର ସବୁଠାରୁ ଅଧିକ ସାପ ପ୍ରଜାତି ଦେଖାଯାଏ। ୪୦୦ରୁ ଅଧିକ ପ୍ରଜାତି। ଏହି ଦେଶ ଆମାଜନ ରେନଫରେଷ୍ଟର ଏକ ଅଂଶ, ଯାହାକୁ ଜୈବ ବିବିଧତାର ସବୁଠାରୁ ସମୃଦ୍ଧ ଅଞ୍ଚଳ ବୋଲି ବିବେଚନା କରାଯାଏ। ଏଠାରେ ଥିବା ଆର୍ଦ୍ର ଓ ଉଷ୍ଣ ଜଳବାୟୁ, ଘନ ଜଙ୍ଗଲ ଏବଂ…

Read More