Author: Sarasinee Subudhi

ଯାତ୍ରୀମାନଙ୍କୁ ନିରବଚ୍ଛିନ୍ନ ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ପୂର୍ବତଟ ରେଳପଥ (ECoR) ଅନେକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେହି ସବୁ ଟ୍ରେନଗୁଡ଼ିକ ହେଉଛି। -ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (୦୮୫୪୭/୦୮୫୪୮) ଟ୍ରେନ୍ ନମ୍ବର ୦୮୫୪୭/୦୮୫୪୮ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏବଂ ତିରୁପତିରୁ ୨୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ। -ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (୦୮୫୭୯/୦୮୫୮୦) ଟ୍ରେନ୍ ନମ୍ବର ୦୮୫୭୯/୦୮୫୮୦ ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା ବିଶାଖାପାଟଣା ଏବଂ ଚରଲାପାଲିରୁ ସ୍ୱତନ୍ତ୍ର ଟ୍ରେନ ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। -ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (୦୯୦୫୯/୦୯୦୬୦) ଟ୍ରେନ୍ ନମ୍ବର ୦୯୦୫୯/୦୯୦୬୦ ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ପେଶାଲ୍ ଉଧନାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ଏବଂ ଖୋର୍ଦ୍ଧା ରୋଡ୍ ରୁ ଏହାକୁ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ କେତେକ ଟ୍ରେନ୍…

Read More