Author: Sarasinee Subudhi

କଠୋର ହେବ ଶ୍ରୀମନ୍ଦିର ଆଇନ,ସୁରକ୍ଷା ପାଇଁ ସରକାରଙ୍କୁ ସଂଶୋଧନ ପ୍ରସ୍ତାବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଚାରୋଟି ପ୍ରମୁଖ ବିନ୍ଦୁ ଉପରେ କେନ୍ଦ୍ରିତ କଠୋର ଦଣ୍ଡ ସହିତ ପ୍ରସ୍ତାବଗୁଡ଼ିକ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ପ୍ରସ୍ତାବ ଅନୁଯାୟୀ, ମନ୍ଦିର ଭିତରେ ଅନଧିକୃତ ଫଟୋଗ୍ରାଫି ପାଇଁ ଦଣ୍ଡର ବ୍ୟବସ୍ଥା ରହିବ। ମୋବାଇଲ ଫୋନ ବ୍ୟବହାର କଲେ ହେବ କଠୋର ଦଣ୍ଡ, ଏବେ କେବଳ ୧୦୦୦ ଟଙ୍କା ଜରିମାନାର ବ୍ୟବସ୍ଥା ଅଛି, ଶ୍ରୀଜଗନ୍ନାଥ ସଂସ୍କୃତିର ଗରିମା କ୍ଷୁଣ୍ଣ କଲେ ମଧ୍ୟ ଦଣ୍ଡ ମିଳିବ, ଭାବାବେଗକୁ କ୍ଷୁଣ୍ଣ କରିବା ହେବ ଜାମିନ ବିହୀନ ଅପରାଧ, ସଂଶୋଧିତ ଆଇନରେ ରହିବ ୭ ବର୍ଷ ଯାଏ କାରାଦଣ୍ଡ ବ୍ୟବସ୍ଥା, ଅନଧିକୃତ ଭାବେ ଡ୍ରୋନ୍ ଉଡ଼ାଇଲେ କିମ୍ବା…

Read More