Author: Sarasinee Subudhi

ଭାରତ ଚିନ୍ତା ବଢ଼େଇଲା ଚୀନ । ଚୀନ ଖୁବ୍ ଶୀଘ୍ର ଏକ ରେଳ ନେଟୱାର୍କ ପ୍ରକଳ୍ପ ଉପରେ କାମ ଆରମ୍ଭ କରିବାକୁ ଯାଉଛି, ଯାହା ଭାରତ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ। ଏହି ରେଳ ନେଟୱାର୍କ ଚୀନର ଜିନଜିଆଙ୍ଗକୁ ତିବ୍ଦତ ସହିତ ସଂଯୋଗ କରିବ ଏବଂ ଭାରତ ପାଇଁ ଏହା ଚିନ୍ତାର ବିଷୟ କାରଣ ଏହା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟ ଦେଇ ଯିବ। ଚୀନର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ବହୁ ବର୍ଷ ଧରି ନିର୍ମାଣାଧୀନ ଅଛି। ରିପୋର୍ଟ ଅନୁଯାୟୀ, ଏହା ଚୀନର ସବୁଠାରୁ ବଡ଼ ରେଳ ପ୍ରକଳ୍ପ ମଧ୍ୟରୁ ଗୋଟିଏ। ପ୍ରସ୍ତାବିତ ରେଳ ଲାଇନ୍‌ର ଏକ ଅଂଶ ବିବାଦୀୟ ଅକ୍ସାଇ ଚୀନ ଅଞ୍ଚଳ ଦେଇ ଯିବାର ସମ୍ଭାବନା ଅଛି, ଯାହା ନୂଆଦିଲ୍ଲୀ ଚିନ୍ତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଏହି ରେଳ ଲାଇନ୍‌ ଜିନଜିଆଙ୍ଗ୍‌ର ହୋତାନ୍ ସହରକୁ ତିବ୍ଦତର ଶିଗାତ୍ସେ ସହିତ ସଂଯୋଗ…

Read More