Author: Sarasinee Subudhi

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ନିର୍ବାଚନରେ ଭୋଟ ଚୋରି ହୋଇଥିବା ଦାବି କରିଛନ୍ତି। ସେ ଏ ସମ୍ପର୍କରେ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ, ଆଜି ବିରୋଧୀ ସାଂସଦମାନେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି। ବିରୋଧୀଙ୍କ ଏହି ପଦଯାତ୍ରା ଉପରେ ଏବେ ବିଜେପିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶ ଦେଖିପାରୁଛି ଯେ ଯଦି କୌଣସି ବ୍ୟକ୍ତି ସମ୍ବିଧାନ ବିରୁଦ୍ଧରେ କାମ କରୁଛନ୍ତି, ତେବେ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ଏସଆଇଆର (SIR) ହେଉନାହିଁ। ଏହା ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ କମିଶନଙ୍କ ଏକ ନିୟମିତ ପ୍ରକ୍ରିୟା। କଂଗ୍ରେସ ଦଳ ପ୍ରଥମେ ଇଭିଏମ (EVM) ଉପରେ ମିଛ କହିଥାଏ, କେତେବେଳେ ମହାରାଷ୍ଟ୍ର ନିର୍ବାଚନର ପ୍ରସଙ୍ଗ ଉଠାଇଥାଏ, କେତେବେଳେ ହରିୟାଣା ନିର୍ବାଚନର ପ୍ରସଙ୍ଗ ଉଠାଇଥାଏ ଏବଂ…

Read More