Author: Sarasinee Subudhi

୧୯୩୯ରେ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱିତୀୟ ଥର ପାଇଁ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ବିଜୟକୁ ମହାତ୍ମା ଗାନ୍ଧୀ ନିଜର ପରାଜୟ ବୋଲି ମାନିଥିଲେ। ତଥାପି, ଅଳ୍ପ ସମୟ ମଧ୍ୟରେ ସୁଭାଷଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। କଂଗ୍ରେସ ସହିତ ତାଙ୍କର ସମ୍ପର୍କ ମଧ୍ୟ ଛିନ୍ନ ହୋଇଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ବୈଚାରିକ ଦୂରତ୍ୱ ବହୁତ ବଢ଼ିଯାଇଥିଲା। ଜେଲରେ ଥାଇ ସୁଭାଷ ଏହା ବୁଝିସାରିଥିଲେ ଯେ ଇଂରେଜମାନେ ସହଜରେ ସ୍ୱାଧୀନତା ଦେବେ ନାହିଁ। ସ୍ୱାଧିନତା ପାଇଁ ଲଢ଼ିବାକୁ ହେବ ଏବଂ ଲଢ଼ିବାର ରାସ୍ତା ମଧ୍ୟ ବଦଳାଇବାକୁ ହେବ। ତଥାପି, ୧୯୪୦ରେ ସେ ମହାତ୍ମା ଗାନ୍ଧୀଙ୍କୁ ବିନା ସର୍ତରେ ସହଯୋଗର ଶେଷ ପ୍ରସ୍ତାବ ଦେଇଥିଲେ। ସେ ଲେଖିଥିଲେ ଯେ ବଙ୍ଗ କଂଗ୍ରେସରେ ବିଭେଦ ଦୂର କରିବା ପାଇଁ ଆପଣ ହସ୍ତକ୍ଷେପ କରନ୍ତୁ। ଗାନ୍ଧୀଙ୍କ ଉତ୍ତର ଥିଲା ଯେ ଆମର ମତଭେଦ ମୌଳିକ। ଯେପର୍ଯ୍ୟନ୍ତ ଆମ…

Read More