Author: Sarasinee Subudhi

କିଛି ବର୍ଷ ପୂର୍ବେ ମ୍ୟାଲେରିଆ ହ୍ରାସର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଥିବା ଓଡ଼ିଶା ସ୍ଥିତି ଏବେ ବଦଳିଛି । ପୁଣି ରାଜ୍ୟରେ ଡରେଇଲାଣି ମ୍ୟାଲେରିଆ, ଗତ ଛଅ ମାସରେ ରାଜ୍ୟରୁ ୩୬,୦୦୦ ରୁ ଅଧିକ ସଂକ୍ରମଣ ଚିହ୍ନଟ ହେବା ସହିତ ଏହା ଲଗାତାର ତୃତୀୟ ବର୍ଷ ପାଇଁ ଦେଶର ମ୍ୟାଲେରିଆ ମାମଲା ସଂଖ୍ୟାରେ ଶୀର୍ଷରେ ରହିଛି। ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCVBDC) ଅନୁଯାୟୀ, ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ ୩୬ ହଜାର ୩୮୮ ମ୍ୟାଲେରିଆ ମାମଲା ରେକର୍ଡ ହୋଇଛି, ଯେଉଁ ସଂଖ୍ୟା ଝାଡ଼ଖଣ୍ଡରେ ୧୪ ହଜାର ୭୮୧, ଛତିଶଗଡ଼ରେ ୧୪ ହଜାର ୭୧୩, ମହାରାଷ୍ଟ୍ରରେ ୬ ହଜାର ୮୧୭, ପଶ୍ଚିମବଙ୍ଗରେ ୩ ହଜାର ୭୨୨, ଉତ୍ତରପ୍ରଦେଶରେ ୨ ହଜାର ୮୫୧, ମିଜୋରାମରେ ୪ ହଜାର ୯୯୯ ଏବଂ ତ୍ରିପୁରାରେ ୩ ହଜାର ୪୫୨ ରହିଛି। ଓଡ଼ିଶା ଏବେ ଅଧିକ ମ୍ୟାଲେରିଆ ବୋଝ ଥିବା ରାଜ୍ୟଗୁଡ଼ିକୁ…

Read More