Author: Sarasinee Subudhi

ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଏହାଠୁ ଅଧିକ କିଛି ଆଶା କରି ନଥିଲେ। ଜୁନ୍ ମାସରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏକ ବ୍ୟକ୍ତିଗତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପରଠାରୁ, ପାକିସ୍ତାନ ପ୍ରତି ଆମେରିକାର ଦରଦର ବଢିବାରେ ଲାଗିଛି। ସବୁଠାରୁ ସାମ୍ପ୍ରତିକ ଉଦାହରଣ ହେଉଛି ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯିବା। ଯଦିଓ ବିଏଲଏ, ମାଜିଦ ବ୍ରିଗେଡ, ପାକିସ୍ତାନରେ ଅନେକ ଆକ୍ରମଣ ପଛରେ ରହିଛି, ବିଶେଷକରି ଏହାର ସେନାକୁ ଟାର୍ଗେଟ କରୁଥିବା ଆକ୍ରମଣ ପଛରେ ରହିଛି । ହେଲେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକା ଘୋଷଣାର ସମୟ। ଦୁଇ ମାସରୁ କମ୍ ସମୟ ମଧ୍ୟରେ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ସମୟରେ ବିଏଲଏକୁ ଆତଙ୍କବାଦୀ ଘୋଷଣା କରାଯିବା ତାଙ୍କ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି। ଆକର୍ଷଣୀୟ କଥା ହେଉଛି, ଆମେରିକା…

Read More