Author: Sarasinee Subudhi

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୫ ତାରିଖରେ ସାକ୍ଷାତ କରିବାକୁ ଯାଉଛନ୍ତି। ଆଉ ସାକ୍ଷାତ ସ୍ଥାନଟି ଆଲାସ୍କା ବୋଲି କୁହାଯାଉଛି। କିନ୍ତୁ ଏହି ଦୁଇଜଣଙ୍କ ସାକ୍ଷାତ ପୂର୍ବରୁ ଚୀନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ତଟରକ୍ଷୀ ବାହିନୀ ଅନୁଯାୟୀ, ଚୀନ ସମ୍ପ୍ରତି ଆଲାସ୍କା ନିକଟସ୍ଥ ଆର୍କଟିକ୍ ଅଞ୍ଚଳକୁ ପାଞ୍ଚଟି ଆଇସିବ୍ରେକର ଜାହାଜ ପଠାଇଛି। ତଟରକ୍ଷୀ ବାହିନୀ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ଏବଂ କହିଛି ଯେ ଯଦି କୌଣସି ବିରୋଧୀ ଶକ୍ତି ଆଲାସ୍କା କିମ୍ବା ଆମେରିକୀୟ ଆର୍କଟିକ୍ ଜଳରେ କିଛି କରେ, ତେବେ ସେମାନେ ଜବାବ ଦେବାକୁ ପ୍ରସ୍ତୁତ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆର୍କଟିକ୍ ଦ୍ରୁତ ଗତିରେ ରଣନୈତିକ ଗୁରୁତ୍ୱ ହାସଲ କରୁଛି, ଯାହା ନୂତନ ଜାହାଜ ଚଳାଚଳ ମାର୍ଗ ଖୋଲିବାରେ ଲାଗିଛି ଏବଂ ବିପୁଳ ପ୍ରାକୃତିକ ସମ୍ପଦ ପ୍ରକାଶ କରୁଛି। ରାଷ୍ଟ୍ରଗୁଡ଼ିକ ସେମାନଙ୍କର ପ୍ରଭାବ ଜାହିର…

Read More