Author: Sarasinee Subudhi

ଆମେରିକା ଗସ୍ତରେ ଥିବା ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ଭାରତ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ମୁନିର କହିଥିଲେ ଯେ, ଏହି ଲଢ଼େଇ କେବେ ବନ୍ଦ ହୋଇପାରିବ ନାହିଁ। ମୁଁ ଚାଲିଯିବା ପରେ, ମୋ ପୁଅ ଲଢ଼ିବ ଏବଂ ତାଙ୍କ ମୃତ୍ୟୁ ପରେ, ମୋର ନାତି ଭାରତ ବିରୁଦ୍ଧରେ ଯୁଦ୍ଧ ଲଢ଼ିବ। ୩ ସନ୍ତାନର ପିତା ଅସିମ ମୁନିର ୨୦୨୨ରୁ ପାକିସ୍ତାନ ସେନା ମୁଖ୍ୟ ପଦବୀରେ ଅଛନ୍ତି। ତେବେ ଏତେ ମୁହଁ ଫୁଟାଣି କାଢୁଥିବା ମୁନିର କିନ୍ତୁ ଅପରେସନ ସିନ୍ଦୂର ସମୟରେ, ତାଙ୍କ ପରିବାରକୁ ଭାରତ ଭୟରେ ପାକିସ୍ତାନ ବାହାରକୁ ପଠାଇଦେଇଥିଲେ। କେବଳ ଏତିକି ନୁହେଁ, ଯେଉଁ ରାତିରେ ଭାରତ ରାୱଲପିଣ୍ଡି ଉପରେ ଆକ୍ରମଣ କରିଥିଲା। ସେହି ରାତିରେ ମୁନିର ନିଜ ଜୀବନ ବଞ୍ଚାଇବା ପାଇଁ ସେନା ମୁଖ୍ୟାଳୟର ବଙ୍କରକୁ ଯାଇଥିଲେ। ମୁନିରଙ୍କ ଏକମାତ୍ର ପୁଅ କ’ଣ କରନ୍ତି? ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ଇରାମ ନକଭି…

Read More