Author: Sarasinee Subudhi

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ମିଳିଥିଲା ଧମକପୂର୍ଣ୍ଣ ବାର୍ତ୍ତା । ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କାନ୍ଥରେ ଲେଖିଥିଲେ ଅଜଣା ବ୍ୟକ୍ତି । ବୁଢ଼ୀ ମା’ ଠାକୁରାଣୀ ମନ୍ଦିର କାନ୍ଥରେ ଦୁଇଟି ସ୍ଥାନରେ ଦେଖାଯାଇଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ଭିତରେ ପିଏମ୍ ମୋଦୀଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି l ତେବେ ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚାରାଉଚରା କରୁଛି ସିଂହଦ୍ବାର ଥାନା ପୋଲିସ। ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ରଘୁନାଥ ସାହୁ, ସେ କାହିଁକି ଏଭଳି…

Read More