Author: Sarasinee Subudhi

ଜଗନ୍ନାଥ ଓ ବଳଭଦ୍ର ସଂସ୍କୃତି ଯେପରି ଓଡ଼ିଆ ଅସ୍ମିତା ବା ସ୍ୱାଭିମାନର ପ୍ରାଣକେନ୍ଦ୍ର ଠିକ ସେହିପରି କୃଷି ଓ ଗୋପାଳନ ହେଉଛି ଓଡ଼ିଆ ସଂସ୍କୃତି ଓ ଅର୍ଥନୀତିର ମୌଳିକ କ୍ଷେତ୍ର। ବଳଭଦ୍ର ଓ ଜଗନ୍ନାଥ ହେଉଛନ୍ତି କୃଷି ଓ ଗୋପାଳନର ପ୍ରବକ୍ତା ଓ ପ୍ରବର୍ତ୍ତକ। ଏ ଦୁଇ ଆର୍ଥନୀତିକ କର୍ମ ବିଶ୍ୱ ତାପନ, ପାଗ ପରିବର୍ତ୍ତନ, ଖାଦ୍ୟ ସଂକଟ, ବାୟୁ-ମୃତ୍ତିକା-ଜଳ ପ୍ରଦୂଷଣ ଏବଂ ବେକାରୀ ଆଦି ସମସ୍ୟାର ସମାଧାନ କରିପାରିବ। ଭୁବନେଶ୍ୱରର ବୁଦ୍ଧ ମନ୍ଦିରରେ ଆୟୋଜିତ ପ୍ରତୀକାତ୍ମକ ଗହ୍ମା ପର୍ବରେ ଉପସ୍ଥିତ ଅତିଥିମାନେ ଜଗନ୍ନାଥ ଓ ବଳଭଦ୍ର ତତ୍ତ୍ୱ ସଂପର୍କରେ ଏଭଳି ଅନେକ କଥାର ଅବତାରଣା କରିଥିଲେ। ପାଟରା ଜାତିର ଇଷ୍ଟ ହେଉଛନ୍ତି ପ୍ରଭୁ ବଳଭଦ୍ର। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ବଳଭଦ୍ର ତତ୍ତ୍ୱର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିରେ ସମିତିର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ…

Read More