Author: Sarasinee Subudhi

ପୁରୀ ଶ୍ରୀମନ୍ଦିର ଉଡେଇ ଦେବା ପାଇଁ ଆତଙ୍କବାଦୀ ଆକ୍ରମଣ ଧମକପୂର୍ଣ୍ଣ ବାର୍ତ୍ତା ମନ୍ଦିର କାନ୍ଥରେ ମିଳିବାର ମାତ୍ର ତିନି ଦିନ ପରେ, ଶନିବାର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଚଢ଼ିବାକୁ ଉଦ୍ୟମ କରିଥିଲେ, ଯାହା ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି।ସୂତ୍ର ଅନୁଯାୟୀ, ବ୍ୟକ୍ତି ଜଣକ ବେହରଣ ଦ୍ଵାର ପଟରୁ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ, ପ୍ରାୟ ୫-୭ ଫୁଟ୍ ଚଢ଼ି ସାରିଥିବା ବେଳେ ଧରାପଡ଼ିଲେ। ଆଗକୁ ଚଢ଼ିବା ପୂର୍ବରୁ ତାଙ୍କୁ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବକମାନେ ଅଟକାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ସିଂହଦ୍ଵାର ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ଅଟକ ଥିବା ବ୍ୟକ୍ତି ଜଣକ ରାଞ୍ଚି ଅଞ୍ଚଳର ପଞ୍ଚମ ମାହୋତ ବୋଲି ଜଣାପଡ଼ିଛି ।‌ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ଯେ, ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସେ ବର୍ତ୍ତମାନ ସିଂହଦ୍ୱାର ଥାନାରେ ପୋଲିସ ହେପାଜତରେ ଅଛନ୍ତି, ଏବଂ ଏଭଳି…

Read More