Author: Sarasinee Subudhi

ସେଟେଲାଇଟ ଚିତ୍ରରୁ ଖୁଲାସା ହୋଇଛି ଯେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ନୌସେନାର ଆକ୍ରମଣର ଭୟରେ ପାକିସ୍ତାନ ନୌସେନା କରାଚୀ ବନ୍ଦରକୁ ଖାଲି କରି ଦେଇଥିଲା। ମାକ୍ସାର ଲାବ ରୁ ପ୍ରାପ୍ତ ଚିତ୍ରରୁ ଜଣାପଡ଼ିଛି ଯେ ଭାରତ ଯେତେବେଳେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା, ସେତେବେଳେ ପାକିସ୍ତାନ ମନେ କରୁଥିଲା ଯେ ଭାରତ ନିଶ୍ଚିତ ଭାବେ କରାଚୀ ବନ୍ଦର ଉପରେ ଆକ୍ରମଣ କରିବ। ଏହି କାରଣରୁ ପାକିସ୍ତାନ ତାର ସମସ୍ତ ଯୁଦ୍ଧପୋତ ଏବଂ ରଣନୈତିକ ସମ୍ପତ୍ତିକୁ କରାଚୀ ବନ୍ଦରରୁ ହଟାଇ ଦେଇଥିଲା। ପାକିସ୍ତାନର ଅନେକ ଯୁଦ୍ଧପୋତ ଇରାନ ସୀମା ନିକଟକୁ ଚାଲି ଯାଇଥିଲା, ଆଉ ଅନେକ ଯୁଦ୍ଧପୋତକୁ ଗ୍ୱାଦର ବନ୍ଦରକୁ ପଠାଯାଇଥିଲା, ଯାହାକୁ ଚୀନ ନିର୍ମାଣ କରିଛି। ପାକିସ୍ତାନ ଗ୍ୱାଦରକୁ ନିଜ ପାଇଁ ଏକ ନିରାପଦ ବନ୍ଦର ମାନୁଛି, କାରଣ ଏହାକୁ ଚୀନ ନିର୍ମାଣ କରିଛି ଏବଂ ତାକୁ ଲାଗୁଛି ଯେ ଭାରତ ଅତି କମରେ ଚୀନ ସହ ସଂଘର୍ଷ କରିବାକୁ…

Read More